ବାଲେଶ୍ବର ମ୍ୟୁନିସିପାଲଟି: ଆଇଟିଆଇ ଇଣ୍ଡୋର ଷ୍ଟାଡିୟମ ଠାରେ ଏକତା ଦୌଡ ରେ ଯୋଗଦେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ
ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକତା ଦୌଡ ଅନୁଷ୍ଠିତ।ସକାଳ ୮ଟାରେ ସ୍ଥାନୀୟ ଆଇଟିଆଇ ଇଣ୍ଡୋର ଷ୍ଟାଡିୟମ ଠାରେ ଏହି ଦୌଡ ର ଶୁଭାରମ୍ଭ ହୋଇ ସହର ପରିକ୍ରମା କରିଥିଲା।ଏହି କାର୍ଯ୍ୟକ୍ରମରେ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ,ସଦର ବିଧାୟକ ମାନସ କୁମାର ଦତ୍ତ,ଜିଲ୍ଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ,ମ୍ୟୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ,ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ,ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ଥିଲେ।