ଗଁଦିଆ: ଗଁନ୍ଦିଆ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର |
ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଗଁନ୍ଦିଆ ବ୍ଲକ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର | ଗଁନ୍ଦିଆ ନିର୍ବାଚନ ମଣ୍ଡଳୀ ପାଇଁ କୌଣସି କାର୍ଯ୍ୟ କରାଯାଇନାହିଁ ଏବଂ ଏଥିପାଇଁ ଲୋକମାନେ ଏଥର ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ସମର୍ଥନ କରିବେ ଏବଂ ନିର୍ବାଚନରେ ଏଥର ବିଜେପିର ବିପୁଳ ସଂଖ୍ୟାରେ ବିଜୟ ହେବ ବୋଲି ଶ୍ରୀଯୁକ୍ତ ପାତ୍ର କହିଛନ୍ତି | ନିର୍ବାଚନରେ ବିଜୟୀ ପରେ ସେ ଗଁନ୍ଦିଆକୁ ଏନ ଏ ସି କରିବାପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି |