ଝାରସୁଗୁଡା ବ୍ଲକ କ୍ରୀଡା ଏବଂ ଖେଳକୁଦ ସମୂହର ବ୍ଲକ ସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା ଆଜି ସକାଳ ଦଶଟା ସମୟରେ ସ୍ଥାନୀୟ ରତ୍ନାକର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବ୍ଲକ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ସମ୍ମାନିତ ଅତିଥି ଭାବେ ଓଡିଶା ହକି ସଂଙ୍ଘର ଉପସଭାପତି ଜୀବନ ମହାନ୍ତି, ଝାରସୁଗୁଡା କ୍ରିକେଟ ସଂଘ ସଭାପତି ପ୍ରଜ୍ବଳ ପଟେଲ ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ନାୟକ ଯୋଗଦାନ କରିଥିଲେ। ପ୍ରତିଯୋଗିତାରେ ଝାରସୁଗୁଡା ବ୍ଲକର ବିଭିନ୍ନ