ଭଦ୍ରକ ଗ୍ରାମାଞ୍ଚଳ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡିଆଙ୍କ ପାଇଁ ଆଖଣ୍ଡଳମଣୀଙ୍କ ପୀଠରେ ପ୍ରସ୍ତୁତି ଶେଷ
ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ସୋମବାରରେ କାଉଡିଆଙ୍କ ପାଇଁ ଆଖଣ୍ଡଳମଣୀଙ୍କ ପୀଠରେ ପ୍ରସ୍ତୁତି ଶେଷ। ଭଦ୍ରକ ଜିଲ୍ଲା ଆରଡି ବାବା ଆଖଣ୍ଡଳମଣି ପୀଠରେ ଚଳିତମାସ ୨୨ରୁ ଏକମାସ ଧରି ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଆଗନ୍ତୁକ ବୋଲବମ ଭକ୍ତ ଯେପରି ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯାରିକେଡ ନିର୍ମାଣ କରାଯାଇଛି, ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ଯବସ୍ଥା କରାଯାଇଛି। ଆଗନ୍ତୁକ କାଉଡିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସେବାୟତଙ୍କ ନିଷ୍ପତ୍ତି ଅନୁଯାୟୀ ରବିବାର ରାତ୍ର ୧୨ଟାରୁ ଜଳାଭିଷେକ ନୀତି ଆରମ୍ଭ ହେବ।