ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପରିଷଦ ଭବନ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସ୍ୱାସ୍ଥ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଗର୍ଭବତୀ ମହିଳା ପ୍ରସୂତି ସଂଖ୍ୟା ହାର କାହିଁକି କମ ରହୁଛି ତାହା ଉପରେ ଅଧିକ ଫୋକସ ଦେଇଥିଲେ, ଅଧିକ ରୁ ଅଧିକ ସଚେତନତା କରି ଏହାର କିପରି ବୃଦ୍ଧି ସେଥିପାଇଁ ଗୁରୁତ୍ୱ ଦେବାକୁ କହିଛନ୍ତି ଜିଲାପାଳ।