ଲୋଇସିଂହା ସତସଙ୍ଗ ବିହାର ବୁର୍ଡା କେନ୍ଦ୍ରରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ୧୧୫ତମ ଶୁଭ ଜନ୍ମ ଉତ୍ସବ ଧାମ୍ଧୁମାରେ ପାଳିତ ହୋଇଛି । ଆଜି ପୂର୍ବାହ୍ନ ୧୧ ପୂର୍ବାହ୍ନରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ହେଉଥିବା ବେଳେ ସହ ପ୍ରତି ରିତ୍ୱିକ ରଜନୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ବିଜୟ କୁମାର ଖୁଣ୍ଟିଆ ଆଧ୍ୟାତ୍ମିକ ମାର୍ଗଦର୍ଶନ କରିଥିଲେ । ଏହି ସମୟରେ ଡ. ଖୁଣ୍ଟିଆ ଓ ଶ୍ରୀ ପଣ୍ଡାଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ସତ୍ସଙ୍ଗ, ପ୍ରସାଦ ସେବନ କରିଥିଲେ ।