ବାରିପଦା ମ୍ୟୁନିସିପାଲଟି: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଆସନ୍ତାକାଲି ଦିନିକିଆ ମୟୂରଭଞ୍ଜ ଗସ୍ତ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଆସନ୍ତାକାଲି ଅର୍ଥାତ ସୋମବାର ଦିନ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପରେ ପ୍ରଥମ ଥର ପାଇଁ ତାଙ୍କର ଜିଲ୍ଲା ଗସ୍ତ ହୋଇଥିବା କାରଣରୁ ଚଳ ଚଞ୍ଚଳ ହୋଇ ଉଠିଛି ବିଜେପି ଶିବିର। ଆସନ୍ତାକାଲି ସକାଳ ୮.୩୦ରେ ସଡକ ପଥରେ ମୟୂରଭଞ୍ଜ ଗସ୍ତ କରିବେ। ଏହି ଅବସରରେ ବାରିପଦା ଠାରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଶିକ୍ଷା ବିଭାଗର ସମୀକ୍ଷା ଜିଲ୍ଲା ପ୍ରଶାସନ ସହିତ କରିବେ।