ସୋର: କାଳନ୍ଦୀ ପାଟଣା ନିକଟ କେନାଲରେ ବୁଡି ମହିଳାଙ୍କ ମୃତ୍ୟୁ
Soro, Balasore | Oct 25, 2025 ସୋର ଥାନା କାଳନ୍ଦୀ ପାଟଣା ଗ୍ରାମ ନିକଟ କେନାଲରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଉଦଳା ଅଞ୍ଚଳର ସ୍ବର୍ଗତ ସନା ସିଂଙ୍କ ସ୍ତ୍ରୀ ମିନତୀ ସିଂ ତାଙ୍କ ଭଉଣୀ ଘର ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ଗ୍ରାମକୁ ଆସିଥିଲେ। ଆଜି ମଧ୍ୟାହ୍ନରେ ମିନତୀ କାଳନ୍ଦୀ ପାଟଣା ଗ୍ରାମ ଦେଇ ଯାଇଥିବା କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ମିନତୀ ପାଣିରେ ଭାସୁଥିବାର ଦେଖି ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୋର ଅଗ୍ନିଶମ ବିଭାଗ ର ଏକ ଦମକଳ ଘଟଣାସ୍ଥଳରେ ପହଞ୍ଚି ମିନତୀକୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ।