ସୋର: ଖରିଦା ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ପ୍ରଦର୍ଶନୀ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Soro, Balasore | Oct 25, 2025 ସୋର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମପ୍ରଦର୍ଶନୀ ସହିତ ସଚେତନ ତା କାର୍ଯ୍ୟକ୍ରମ ପୌର ପାଳିକା ଅନ୍ତର୍ଗତ ଖରିଦା ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା ଯୋଗଦେଇ ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଥିବା ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ ସଚେତନତା କାର୍ଯ୍ୟକ୍ରମ ଏବଂ ଅଗ୍ନିଶମ କେନ୍ଦ୍ରର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ ଏବଂ କେନ୍ଦ୍ର ପରିସର ରେ ଏକ ବୃକ୍ଷ ରୋପଣ କରିଥିଲେ।ଏଥିରେ ନିକଟସ୍ଥ ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଲିମ ନେଇଥିଲେ।