ଗତ ଗୁରୁବାର ରାତିରେ ଉଚ୍ଚକାପାଟ ଗ୍ରାମର ଜଣେ ମହିଳା କୁ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଏହାକୁ କେନ୍ଦ୍ର କରି ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଗାଳିଗୁଲଜ ଓ ମାରପିଟ କରିଥିଲେ। ଏନେଇ ସେ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କୁ ଡାକି ପଚରା ଉଚରା କରିଥିଲେ ସମ୍ପୃକ୍ତ ଅଭିଯୁକ୍ତ ମାନେ ନିଜ ଭୁଲ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଏନେଇ ଶନିବାର ସନ୍ଧ୍ୟା ୬ ଟାରେ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।