ରଣପୁର: ରଣପୁର ରେ ଶ୍ରୀରାମ ନବମୀ ହଜାର ହଜାର ଭକ୍ତଙ୍କ ଗହଣରେ ଧୁମ୍ ଧାମରେ ପାଳିତ
ନୟାଗଡ଼ ଜିଲ୍ଲା ରଣପୁର ସଦରମହକୁମାରେ ଆଜି ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ବିଶାଳ ଶୋଭାଯାତ୍ରା କରାଯାଇ ବହୁ ଆଡ଼ମ୍ବର ଭାବେ ପାଳନ କରାଯାଇଛି। ଆୟୋଜିତ ଏହି ଶୋଭାଯାତ୍ରା ରଣପୁର ପଞ୍ଚୁ ଦୋଳ ପଡ଼ିଆ ସ୍ଥିତ ରଘୁନାଥ ମନ୍ଦିର ନିକଟରୁ ବାହାରି ରଣପୁର ନଗର ପରିକ୍ରମା କରିବା ସହ ରଣପୁର ଜଗନ୍ନାଥ ମନ୍ଦିର ନିକଟରେ ଶ୍ରୀରାମ ମହାପ୍ରଭୁଙ୍କ ଆଳତୀ କରାଯାଇଥିଲା।ମା'ମଣିନାଗ ମନ୍ଦିର ନିକଟରେ ଶୋଭାଯାତ୍ରା ପହଞ୍ଚି ଥିଲା। ସମଗ୍ର ଅଞ୍ଚଳ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା।