ଗୋବିନ୍ଦପୁର: ରଜାବସା ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଆହତ
ବାମରା ବ୍ଲକ ଅନ୍ତର୍ଗତ ରଜାବସା ବୁଲାଣି ରେ ରୋଟାଭେଟର ମେସିନ ରେ ପିଟି ହୋଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବାଇକ୍ ଚାଳକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ରଜାବସା ଗ୍ରାମ ର ବିଜୁ ମାଝୀ ଶନିବାର ରାତିରେ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ରଜାବସା ବୁଲାଣୀ ରେ ରାସ୍ତା ରେ ରଖାଯାଇଥିବା ଏକ ରୋଟାଭେଟର ମେସିନ ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳ ରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଆହତ ହୋଇଥିବା ବେଳେ ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି ରାତି ୧୦ ଟାରେ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିବା ସୂଚନା ରହିଛି।