ବାମରା ସ୍ଥିତ ଭାଗିରଥି ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ଦିନ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସମାରୋହ ରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଏବିଇଓ ହୃଦାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରାତନ ଛାତ୍ର ପ୍ରମୋଦ କୁମାର ମିଶ୍ର ଏବଂ ସମ୍ମାନୀୟ ଅତିଥି ଭାବେ ଗୋବିନ୍ଦପୁର ସରପଞ୍ଚ ବିମଳ ଲାକ୍ରା, ସିଆରସିସି ନିତ୍ୟାନନ୍ଦ ସୁନାନୀ ଓ ପରିଚାଳନା କମିଟି ଅଧ୍ୟକ୍ଷା ମନଦୀପ କୌର ପ୍ରମୁଖ ଯୋଗ ଦେଇ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।