ଜୟପୁର: ନାବାଳିକା ଅପହରଣ ମାମଲା,ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ଅଞ୍ଚଳରୁ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ମହିଳା ପୋଲିସ
କୁନ୍ଦୁରା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ମହିଳା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ଅଞ୍ଚଳର ଅର୍ଜୁନ ପରଜା। ଗତ ନଭେମ୍ବର ୬ ତାରିଖରେ କୁନ୍ଦୁରା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଅଭିଯୁକ୍ତ ଜଣକୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ମହିଳା ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଆଜି ସଂନ୍ଧ୍ୟା 7ଟା ରେ ମହିଳା ଥାନା ଅଧିକାରୀ ଅଶ୍ରୀତା ଖାଲକୋ ସୂଚନା ଦେଇଛନ୍ତି।