ସୋନପୁର: ଲଛୀପୁର ରେ 11 ତମ ଶାରଦୀୟ ଦୁର୍ଗା ପୂଜା ପାଇଁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ବିଲ୍ଵ ବରଣ ପର୍ବ ଅନୁଷ୍ଠିତ l
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 5 ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛୀପୁର ଗ୍ରାମରେ 11 ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଲ୍ଵବରଣ ପର୍ବ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ପୂଜକ ସନତ ପୁଜାହାରୀ ଏବଂ ଲୋକନାଥ ପୁଜାହାରୀ ପୂଜା କର୍ମ ସମ୍ପାଦନ କରିଥିବା ବେଳେ, ଚଳିତ ବର୍ଷ ବାଲେଶ୍ୱର ରଣା, ସଦାନନ୍ଦ ମେହେର ଏବଂ ହୂରସିକେଶ ଦୀପ ସପତ୍ନୀକ କର୍ତା ଦାଇତ୍ୱ ନିର୍ବାହ କରୁଥିବା ସୂଚନା ମିଳିଛି l କାର୍ଯ୍ୟକ୍ରମ ରେ କମିଟିର ସଭାପତି ରଂଜିତ ରଣାଙ୍କ ସମେତ ଶତାଧିକ କର୍ମକର୍ତା ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ