ଜୟପୁର: ଜୟପୁର ଟାଉନ ଥାନା ପକ୍ଷରୁ ଜେଇଏଲସି ସଭାଗୃହ ଠାରେ ଆମ ପୁଲିସ ବୈଠକ ସୂଚନା ଦେଲେ ଥାନା ଅଧିକାରୀ
ଜୟପୁର ଟାଉନ ଥାନା ପକ୍ଷରୁ ଜେଇଏଲସି ସଭାଗୃହ ଠାରେ ଆଜି ସଂନ୍ଧ୍ୟା 6ଟାରେ ଆମ ପୁଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ସମୟରେ ଶିକ୍ଷିତ ଓ ଅଶିକ୍ଷିତ ଜନସଧାରଣ ଠକେଇ, ଚୋରି, ସ୍ପିଡ ବାଇକ ଚଲାଇ ଦୁର୍ଘଟଣା ଘଟାଇବା ଆଦି କୁସ˚ସ୍କାରର ସମ୍ମୁଖୀନ ହେଉଛନ୍ତି। ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୁଲିସ ଲୋକଙ୍କୁ ସୁରକ୍ଷା ଦେବା ସହ ପୁଲିସ ପବ୍ଲିକର ସେତୁ ରୁପେ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛି।