କୋଟପାଡ: କରେଣ୍ଟ ସମସ୍ୟା କୁ ନେଇ ବୋରିଗୁମ୍ମା ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ଘେରିଲେ ପିଣ୍ଡାପଦର ପଞ୍ଚାୟତବାସୀ l
କରେଣ୍ଟ ସମସ୍ୟା କୁ ନେଇ ବିଦ୍ୟୁତ ବିଭାଗ କୁ ଘେରିଲେ ପଞ୍ଚାୟତବାସୀ l ବୋରିଗୁମ୍ମା ଟାଟା ପାୱାର କାର୍ଯ୍ୟାଳୟରେ ମଙ୍ଗଳ ବାର ଅପରାହ୍ନ ୨ ଟା ସମୟରେ ଏଭଳି ଦେଖିବକୁ ମିଳିଛି l ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ, ସାତ ଦିନ ଧରି ଅନ୍ଧାରରେ ଦିନ କାଟୁଛନ୍ତି ପଞ୍ଚାୟତବାସୀ।ବୋରିଗୁମ୍ମା ବ୍ଲକ ବଡ଼ ପିଣ୍ଡାପାଦର, ସାନ ପିଣ୍ଡାପାଦର ଗାଁରେ ଆଜକୁ ସାତ ଦିନ ଧରି କରେଣ୍ଟ ନାହିଁ।ଗାଁ ଲୋକେ ବାରମ୍ବାର ବିଦ୍ୟୁତ ବିଭାଗ କୁ ଅଭିଯୋଗ କରିଛନ୍ତି ହେଲେ ବି କୌଣସି ସୁଫଳ ମିଳି ନାହିଁ ସେଥିପାଇଁ ଆଜି ଚାରି ଖଣ୍ଡ ଗାଁ ଲୋକେ ଏକାଠି ହୋଇ ଟାଟା ପାୱାର କାର୍ଯ୍ୟାଳୟ କୁ ଆସି SDO ଙ୍କୁ ଲିଖିତ ଦେଇଛନ୍ତି l