ହାତିବାରୀ ଟୋଲ ଗେଟ୍ ସ୍ଥିତ ଡିଭାଇଡର ରେ ଧକ୍କା ହେଲା ଟ୍ରକ ସମ୍ବଲପୁର-କଟକ ଜାତୀୟ ରାଜପଥ ତଥା ଯୁଯୁମୁରା ଥାନା ଅନ୍ତର୍ଗତ ହାତିବାରୀ ଟୋଲଗେଟ ସ୍ଥିତ ଡିଭାଇଡ଼ର ଉପରକୁ ଚଢି ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି I ଦୁର୍ଘଟଣାରେ ପ୍ରାୟ ଦେଢ଼ ଲକ୍ଷ ଟୋଲଗେଟର କ୍ଷତି ହୋଇଥିବାନେଇ ଗୁରୁବାର ସକାଳେ ଜୁଜୁମୁରା ଥାନାରେ ଅଭିଯୋଗ ହୋଇଛି । ଦୁର୍ଘଟଣା ଭିଆଇ ଟ୍ରକ ଡ୍ରାଇଭର ଫେରାର ହୋଇଛି । ସମ୍ବଲପୁରରୁ କଟକ ପଟକୁ ଯାଉଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣା ସଂକ୍ରାନ୍ତିରେ ଆଜି ଥାନାରେ ଏକ