କବିସୂର୍ଯ୍ୟନଗର: କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟ ବନ୍ଦ ପାଇଁ ବେଗୁନିଆପଡା ବିଡ଼ିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ
ବ୍ଲକ ସ୍ତରୀୟ ଜି ପି ଏଲ ଏଫ ସଂଘ ର କମ୍ୟୁନିଟ ସପୋର୍ଟ ଷ୍ଟାଫ ମାନେ ମଙ୍ଗଳ ବାର ଦିନ ବେଗୁନିଆପଡା ଭାରପ୍ରାପ୍ତ ବିଡ଼ିଓ ସସ୍ମିତା ଶତପଥିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ହେଲା ରାଜ୍ୟ ସଂଘର ନିଷ୍ପତି କ୍ରମେ ସ୍ଥାୟୀ ଦରମା ପ୍ରଦାନ କରିବା କରାଯାଉ। ପଂଚାୟତ ସ୍ତରୀୟ ସଂଘ ର ତୃଣମୂଳ ସ୍ତରରୁ ପରିବର୍ତ୍ତନ ପାଇଁ ସରକାର ନିଷ୍ପତି କରି ଆମକୁ ଦାୟିତ୍ୱ ଦେଇଛନ୍ତି । ହେଲେ ଏହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ । ତେଣୁ ସରକାରଙ୍କ ଚୂଡାନ୍ତ ନିଷ୍ପତି ହେଲା ପର୍ଯ୍ୟନ୍ତ ଆମେ କାମ କରିବୁ ନାହିଁ ବୋଲି ଜଣାଇଛନ୍ତି।