ଖଜୁରୀପଡ଼ା ଠାରେ “ବନ୍ଦେ ମାତରମ୍ ୧୫୦ ବର୍ଷ ଉତ୍ସବ" ଏବଂ “ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ”ର ଫୁଲବାଣୀ ବିଧାନସଭା କ୍ଷେତ୍ର ସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଦେଲେ ବିଧାୟକ ଉମା ଚରଣ ମଲ୍ଲିକ।ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି ,ଭାଜପା ଓଡ଼ିଶା ପ୍ରଦେଶର ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ,ଜିଲ୍ଲା ସଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜିତ୍ ମଣ୍ଡଳ,ରାଜ୍ୟ ଏସ.ସି ମୋର୍ଚ୍ଚା ଉପସଭାପତି ରାମ ବିଶି ଦିଗାଲ,ବାଲିଗୁଡ଼ା ବିଧାୟିକା ପ୍ରାର୍ଥୀନୀ କଳ୍ପନା କହଁର, ଜି.ଉଦୟଗିରି ବିଧାୟକ ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ ଯୋଗ ଦେଇଥିଲେ ।