ଡାବୁଗାଁ: ମୋକିଆରେ ଅଟୋ ଓଲୋଟି ତିନି ଆହତ
ପାପଡାହାଣ୍ଡି ବ୍ଲକ ମୋକିଆ ସଦର ମହାକୁମାରେ ଆଜି ସନ୍ଧ୍ୟାରେ ଏକ ଅଟୋ ଦୁର୍ଘଟଣାଗସ୍ତ ହୋଇ ଓଲୋଟି ପଡିବାରୁ ଏଥିରେ ଥିବା ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି |ଆହତ ମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଅଟୋ ନମ୍ବର OD 24A 8381 ବ୍ଲକର ମାଲେକୋଟ ରୁ ଡ଼ୁମାନୀଗୁଡା ଫେରୁଥିବା ସମୟରେ ମୋକିଆ ସଦରରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଅଟୋଟି ଓଲୋଟି ପଡ଼ିଥିଲା | ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ | ତିନି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପଠାଇଥିଲେ |ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |