ଦେବଗଡ: ପୁରୁକୁଣ୍ଡା ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ବାବା ସର୍ବେଶ୍ୱର ଫୁଟବଲ ଦଳ ଚମ୍ପିୟାନ
ବାରକୋଟ ବ୍ଲକ ରମ୍ଭେଇ ଗ୍ରାମ ପଂଚାୟତ ପୁରୁକୁଣ୍ଡା ଗ୍ରାମରେ ଜଗତଜ୍ୟାତି ୟୁଥ କ୍ଲବ ପକ୍ଷରୁ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବିକ୍ରାନ୍ତ ୱାରିୟର ଫୁଟବଲ ଦଳକୁ ୫-୪ ଗୋଲରେ ପରାସ୍ତ କରି ବୁଢିବାହାଳର ବାବା ସର୍ବେଶ୍ୱର ଫୁଟବଲ ଦଳ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ରବୀନ୍ଦ୍ର ଲହରା, କୃଷ୍ନଚନ୍ଦ୍ର ବାବୁ, ବଳରାମ ଲାକ୍ରା ଓ ଉଦୟ ଜାରିକା ପରିଚାଳନା କରିଥିଲେ ।