ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ମନ୍ଦିରରେ ଦେବ ଦୀପାବଳି ଅନୁଷ୍ଠିତ ହୋଇଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟାରେ ସେବାୟତ ମାନଙ୍କ ଦ୍ଵାରା ଉକ୍ତ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଛି। ୩ଦିନ ଧରି ଏହା ଆୟୋଜନ ହେଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଛି। ମହାପ୍ରଭୁ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ୩ଦିନ ଧରି ଶ୍ରାଦ୍ଧ କାର୍ଯ୍ୟ କରି ଦୀପଦାନ କରିଥାନ୍ତି।