ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଝରଣ ଉଚ୍ଚ ବିଦ୍ୟାଳୟ ଠାରେ ୩୮ତମ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବରେ ସାମିଲ ହେଲେ ବିଧାୟକ ଅଗସ୍ତି ବେହେରା । ମଧ୍ୟାହ୍ନ 12 ଟା ରେ କାର୍ଯ୍ୟକ୍ରମରେ ବିଧାୟକ ସାମିଲ ହୋଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ବାର୍ଷିକ କ୍ରୀଡା ସମାରୋହରେ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ ।