ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଉଚକାବାହାଲ ଠାରେ କିର୍ମିରା ଠାରୁ ବାଗଡିହି ଭାୟା ନକ୍ସାପାଲି ରାସ୍ତା ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଆଜି ଦିନ ଦୁଇଟା ତିରିଶ ସମୟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ନିର୍ମାଣ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ସୁଉଚ୍ଚ ସେତୁ ନିର୍ମାଣ ଦ୍ୱାରା ଜନସାଧାରଣଙ୍କ ଗମନାଗମନରେ ବିଶେଷ ସହାୟକ ହେବ ବୋଲି ଝାରସୁଗୁଡା ବିଧାୟକ