ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ବାଣ ଜବତ ଘଟଣାରେ ବିଗତ ଏକ ମାସ ମଧ୍ୟରେ ମୋଟ ୫୦ ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ଅପରାହ୍ନରେ ଛତ୍ରପୁର ସ୍ଥିତ ଜିଲ୍ଲା ପୋଲିସ ମୁଖ୍ଯାଳୟରୁ ସୂଚନା ଦିଆଯାଇଛି। ୬୫ ଲକ୍ଷ ୪୩ ହଜାର ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ମୋଟ ୫୦ ଅଭିଯୁକ୍ତଙ୍କୁ ନୋଟିସ୍ ଦେଇ ଛଡା ଯାଇଛି ଏବଂ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।