ବାରିପଦା ମ୍ୟୁନିସିପାଲଟି: କେନ୍ଦୁଜିଆଣୀ ଶିଶୁ ମନ୍ଦିର ନିକଟରୁ ବେଆଇନ ମଈଁଷି ଚାଲାଣ ବେଳେ ୧୫ ମଇଁଷି ଉଦ୍ଧାର; ୨ ପିକଅପ୍ ଗାଡି ସହ ୨ ଡ୍ରାଇଭର ଅଟକ
ବେଆଇନ ମଇଁଷି ଚାଲାଣ ବେଳେ ୧୫ଟି ମଈଁଷି ଉଦ୍ଧାର; ୨ଟି ପିକଅପ୍ ଗାଡି ଜବତ ସହ ୨ ଡ୍ରାଇଭର ଅଟକ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ୫୩ ନଂ ରାଜ୍ୟ ରାଜପଥ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର କେନ୍ଦୁଜିଆଣୀ ଶିଶୁ ମନ୍ଦିର ନିକଟରୁ ଠାକୁରମୁଣ୍ଡା ଥାନା ପୋଲିସ ରବିବାର ଭୋର ସମୟରେ ପେଟ୍ରୋଲଂ କରୁଥିବା ବେଳେ ୨ଟି ପିକଅପ୍ ଗାଡି କୁ ଜବତ କରି ୧୫ଟି ମଈଁଷି ଉଦ୍ଧାର କରିଛି।