ପ୍ରଥମ ଥର ପାଇଁ ଗୋପାଳପୁର ବଙ୍ଗୋପସାଗର କୂଳରୁ ଗବେଷଣା ମାଧ୍ୟମରେ ଆବିଷ୍କାର କରାଯାଇଛି ଦୁଇଟି ନୂଆ ପ୍ରଜାତିର ସାମୁଦ୍ରିକ କୀଟ । ନେରିଇଡିଡ୍ସ ଶ୍ରେଣୀର ଏହି ଦୁଇଟି ସମୁଦ୍ର କୀଟକୁ ପରୀକ୍ଷାଗାରରେ ଗବେଷଣା ପରେ ଏଭଳି ପ୍ରଜାତିକୁ ଆବିଷ୍କାର କରାଯାଇଥିବା ନେଇ ମଂଗଳବାର ପୂର୍ବାହ୍ନରେ ସ୍ପଷ୍ଟ କରିଛି ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣର କେନ୍ଦ୍ର।