ଆଜି ବଲାଙ୍ଗିରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଜାତୀୟ ଖାଉଟି ଦିବସ–୨୦୨୫ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚରୁ ସେ ଗ୍ରାହକ ସଚେତନତା, ଅଧିକାର ସୁରକ୍ଷା ଓ ଗୁଣମାନ ସମ୍ପନ୍ନ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଗ୍ରାହକମାନଙ୍କୁ ସଚେତନ ହୋଇ ଅଧିକାର ଦାବି କରିବାକୁ ଆହ୍ୱାନ କରାଯାଇଥିଲା।