ଜରଡା: ତାଡକାସାହି ଠାରେ ଆଦିବାସୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସର ଜନ କଲ୍ୟାଣ ସଭା।
Jarada, Ganjam | Jun 17, 2025 ତାଡକାସାହି ଠାରେ ଆଦିବାସୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସର ଜନ କଲ୍ୟାଣ ସଭା। ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳ କଂଗ୍ରେସ କମିଟି ତରଫରୁ ଆଜି ଅପରାହ୍ନ ସାଢେ଼ ବାର ଘଣ୍ଟା ସମୟରେ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ତାଡକାସାହି ଠାରେ ଚିକିଟି କଂଗ୍ରେସ ନେତା ଶଙ୍କର ଅଧିକାରୀଙ୍କ ତତ୍ବାବଧାନରେ ଆଦିବାସୀ ଜନ କଲ୍ୟାଣ ବିକାଶ ସମିତି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବୈଠକରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍