ଧର୍ମଗଡ: ଖମନ ରେ ଶାଗବାହିଲି ଗାଁ ର ଜଣେ ଦାଦନ ଶ୍ରମିକ ର ମୃତ୍ୟୁ, ଅର୍ଥ ଅଭାବ ରୁ ଗାଁ କୁ ଆସି ପାରିଲା ନାହିଁ ମୃତ ଦେହ
ଖମନ ଠାରେ ଦାଦନ ଶ୍ରମିକ ର ମୃତ୍ୟୁ ହୋଇଛି।ମୃତ ମହିଳା ଜଣକ କୋକସରା ଥାନା ଧର୍ମଗଡ ବ୍ଲକ ଟେଣ୍ଡାପାଲି ପଞ୍ଚାୟତ ସାଗବାହାଲି ଗ୍ରାମର କବିନ୍ଦ୍ର ନାଏକ ଙ୍କ ସ୍ତ୍ରୀ କସ୍ତୁରୀ ନାଏକ( ୪୩)।କସ୍ତୁରୀ ଙ୍କ ଦେହ ଅସୁସ୍ଥ ହେବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଖମନ ଠାରେ ଭର୍ତ୍ତି କରାଯାଇ ଚିକିତ୍ସିତ ହେଉଥିବା ବେଳେ ସୋମବାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ସେଠାରେ ଶବ ସତ୍କାର କରାଯାଇଛି।