ଦେବଗଡ: ବୁଢାଖମଣ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ ଘଟଣା,ମାନବାଧିକାର କମିଶନଙ୍କ ଠାରେ ଅଭିଯୋଗ
ଦେବଗଡ ବନଖଣ୍ଡ ଠିଆନାଳ ଫରେଷ୍ଟ ଅନ୍ତର୍ଗତ ବୁଢାଖମଣ ଗ୍ରାମରେ ଗତ ୨୫ ତାରିଖ ସକାଳୁ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସହାୟତା ପାଇଁ ମାନବାଧିକାର କମିଶନଙ୍କ ଠାରେ ଆଜି ଅଭିଯୋଗ ହୋଇଛି । ମୃତକ ସେହି ଗ୍ରାମର ୭୨ ବର୍ଷିୟ ବାଣେଶ୍ୱର ବେହେରା। ବାଣେଶ୍ୱର ଗରିବ ଶ୍ରେଣୀର ହୋଇଥିବା ବେଳେ ଘଟଣା ଦିନ ସକାଳୁ ନିଜ ଘର ପାଇଁ ଦାନ୍ତକାଠି ସଂଗ୍ରହ ପାଇଁ ଗାଁ ଜଙ୍ଗଲକୁ ଯାଇଥିଲେ । ମାତ୍ର ହାତୀ ଆକ୍ରମଣ କରି ମାଡି ଦଳି ଦେବାରୁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା ।