ବଲାଙ୍ଗିର, (ହି.ସ.) – ରୁଗୁଡିପଡା ସୃସିଆତଳ ଅଞ୍ଚଳରେ ଦୀର୍ଘଦିନ ଧରି କିଡନି ରୋଗରେ ପୀଡିତ ହେଉଥିବା ସତ୍ବେ ‘ପିଠା ମାଉସି’ ନାମରେ ପରିଚିତ ଜଣେ ମହିଳା ଛକରେ ପିଠା ତିଆରି କରି ନିଜ ପରିବାର ଚାଲାଇଥିଲେ । ତାଙ୍କର ଶ୍ରମ, ସଂଘର୍ଷ ଓ ଆତ୍ମନିର୍ଭରତାକୁ ସମ୍ମାନ ଦେଇ ବଲାଙ୍ଗିର ପୌରପରିଷଦ ପକ୍ଷରୁ ପୌରାଧ୍ୟକ୍ଷା ଲିକା ସାହୁ ଏକ ପିଠାଷ୍ଟଲ ପ୍ରଦାନ କରିଛନ୍ତି । ଏହି ପଦକ୍ଷେପ ମାଉସିଙ୍କ ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରିବା ସହ ମାନବିକତା ଓ ସହାନୁଭୂତିର ସ୍ପଷ୍ଟ ଉଦାହରଣ ହୋଇଥାଏ । ପୌରପରିଷଦର ଏହି ଉଦ୍ୟମକୁ ସ୍ଥାନୀୟ ଲୋକମାନେ ବହୁତ ସ୍ୱାଗତ କରିଛନ୍ତି ।