ବଲାଙ୍ଗୀର: ନାଗ ଚୋଟରେ ଜଣଙ୍କ ମୃତ୍ୟୁ ପୁଇଁତଲା ଅଞ୍ଚଳରେ ଶୋକ ଛାୟା
ବଲାଙ୍ଗୀର ଜିଲ୍ଲାର ପୁଇନ୍ତଲା ଗ୍ରାମ ଏକ ମର୍ମନ୍ତୁଦ ଘଟଣା ସାମ୍ନା କୁ ଆସିଛି , ଯେଉଁଠି ଏକ ନାଗ ଚୋଟ ହେତୁ ଜଣେ ବ୍ୟକ୍ତିଙ୍କ ଜୀବନ ଅନ୍ତ ହୋଇଯାଇଛି। ହରିଜନପଡ଼ା ଅଞ୍ଚଳର ବାସିନ୍ଦା କୃପା କୁମ୍ଭାର ନାମକ ଏହି ବ୍ୟକ୍ତି, ଘର ପାଖରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କମୁଡ଼ିଦେଇଥିଲା। ଘଟଣା ପରେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ଚିକିତ୍ସା ହେବା ସତ୍ତେ ବଞ୍ଚି ପାରିଲେ ନାହିଁ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ ଘଟିଛି।