ଝାରସୁଗୁଡା: ଝାରସୁଗୁଡ଼ାରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ୪୩୩୨ ଗୋଟି ମୋକଦ୍ଦମାର ୬୨,୬୨,୭୭୮ ଟଙ୍କାରେ ଆପୋଷ ସମାଧାନ
ଆଜି ଶନିବାର ଦିନ ସକାଳ ଦଶଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଝାରସୁଗୁଡ଼ା ଜିଲ୍ଲା ନ୍ୟାୟାଳୟ ଓ ଲଖନପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଅଦାଲତରେ ବିଚାରାଧିନ ଥିବା ମାମଲା ମାନଙ୍କ ମଧ୍ୟରେ ଏହି ଲୋକ ଅଦାଲତରେ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲରେ ବିଚାରାଧିନ ଥିବା ୦୪ ଟି ମୋକଦ୍ଦମା, ୦୬ ଟି ସାଲିସ୍ ଯୋଗ୍ୟ ଫୌଜଦାରୀ, ୦୫ ଟି ଚେକ ବାଉନ୍ସ ମାମଲା, ୦୪ ଟି ଟଙ୍କା ପୁନରୁଦ୍ଧାର ମାମଲା, ୦୧ ଟି ବୈବାହିକ/ପରିବାର ବିବାଦ, ୦୯ ଟି ଅନ୍ୟାନ୍ୟ ଦେୱାନି, ୨୭୫ ଟି ଅନ୍ୟାନ୍ୟ ଫୌଜଦାରୀ ଓ ୩୯୨୦ ଟି ରାଜସ୍ୱ ମୋକଦ୍ଦମାର ସମାଧାନ