ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଆବାସ ଯୋଜନା ଅନ୍ତର୍ଗତ ୭୫୦ ହିତାଧିକାରୀ ରହିଥିବା ବେଳେ, ଅଧିକାଂଶ ଲୋକ ପ୍ରଥମ କିସ୍ତି ଟଙ୍କା ପାଇଲେ ମଧ୍ୟ ଘର ନିର୍ମାଣ କାମ ଆରମ୍ଭ କରିନାହାନ୍ତି। ଏହି ପରିସ୍ଥିତିରେ ୨୧୮ ହିତାଧିକାରୀଙ୍କ ପାଇଁ ସାର୍ଟିଫିକେଟ କେସ ଫାଇଲ କରାଇଛନ୍ତି ଆଗଲପୁର ବିଡିଓ କୁଲଦୀପ ମହାନ୍ତି, ତହସିଲଦାରଙ୍କ ନିକଟରେ। ସୂଚନା ଅନୁସାରେ ତହସିଲଦାର ପ୍ରଥମେ ୩୦ ଦିନର ନୋଟିସ ଜାରି କରିବେ।