ସୋର: ବାଳେଶ୍ୱର ସ୍ଥିତ ଏକ ଘରୋଇ ନର୍ସିଙ୍ଗ ହୋମରେ ରୋଗୀଙ୍କୁ ଅପରେସନ କରୁଥିବା ବେଳେ ଅଧାରୁ ଛାଡି ଚାଲିଗଲେ ଡାକ୍ତର
Soro, Balasore | Sep 22, 2025 ସୋର ପୌର ପାଳିକାରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଅପରେସନ ପାଇଁ ଆସିଥିବା ଜଣେ ରୋଗୀଙ୍କ ପେଟ କାଟିବା ପରେ ଅପରେସନ କରି ନପାରି ଡାକ୍ତର ଜଣଙ୍କ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଘଟିଛି ସୋର ପୌରାଞ୍ଚଳ ମିଶ୍ର ନର୍ସିଂହୋମରେ। ବିଭିନ୍ନ ସମୟରେ ଭୁଲ ଅସ୍ତ୍ରୋପଚାର କରି ବିବାଦକୁ ଆସିଥିବା ଏହି ନର୍ସିଂହୋମରେ ଆଜିର ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବୀରେ ପରିବାର ଲୋକେ ସେଠାରେ ଧାରଣା ଦେବା ଭଳି ସ୍ଥିତି ଉପୁଯାଇଥିଲେ।ସୂଚନା ଅନୁସାରେ ସୋର ଥାନା ଅଙ୍କବ୍ରହ୍ମପୁର ଗ୍ରାମର କାଳିଆ ଜେନାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗତ ଶନିବାର ଦିନ ମିଶ