ସମ୍ବଲପୁର କଚେରୀ ଛକ ରେ ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟ ପକ୍ଷରୁ ଭ୍ରାମ୍ୟମାଣ ପୁସ୍ତକ ମେଳା ଆରମ୍ଭ ହୋଇଛି l ଏହି ଭ୍ରାମ୍ୟମାଣ ପୁସ୍ତକ ମେଳା ଆଜି ଠାରୁ ଆସନ୍ତା ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ଚାଲିବ l ସହରର ବିଭିନ୍ନ ସ୍ଥାନକୁ ଏହି ଭ୍ରମ୍ୟମାଣ ପୁସ୍ତକ ଗାଡି ଯିବ l ବିଶେଷକରି କଲେଜ ଓ ବିଶ୍ୱବିଦ୍ୟାଳୟ କୁ ଏହି ଗାଡି ଯିବ l ଲୋକମାନେ ଏହି ଗାଡି ଭିତରକୁ ଯାଇ ବହି ପଢିବା ସହ ବହି ନେଇ ପାରିବେ l ଏହି ଗାଡି ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପୁସ୍ତକ ସହ ଅନେକ ପ୍ରକାର ପୁସ୍ତକ ଏଠାରେ ଦେଖିବାକୁ ମିଳିଛି