ବଲାଙ୍ଗୀର କୋଷଲ କଲା ମଣ୍ଡପ ଠାରେ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ‘ମଠଖାଇ ମହୋତ୍ସବ’ ର ପରିସମାପ୍ତି ଅବସର ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ପୁର୍ବତନ ଆଇନ ମନ୍ତ୍ରୀ ଓ ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏଭଳି ନାଟ୍ୟ ମହୋତ୍ସବ କୋଷଲ ଅଞ୍ଚଳର ସଂସ୍କୃତି ଓ କଳାକୁ ଜାତୀୟ ସ୍ତରରେ ପରିଚିତ କରାଉଛି। ଏହାସହ ଜଣେ ସ୍ଥାନୀୟବାସିନ୍ଦା ମଧ୍ୟ ମହୋତ୍ସବର ସଫଳ ଆୟୋଜନକୁ ସ୍ୱାଗତ କରି ଆଗାମୀ ଦିନରେ ଏହା ଆଉ ବିସ୍ତୃତ ହେବାକୁ ଆଶା ପ୍ରକାଶ କରିଛନ୍ତି ।