ସୁକିନ୍ଦା ମହାବିଦ୍ୟାଳୟ ଅଡିଟୋରିୟମରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF), ଯାଜପୁରଙ୍କ ମିଳିତ ଉଦ୍ୟମରେ କ୍ରୋନିକ କିଡନୀ ଡିଜିଜ୍ ସଚେତନତା, ପ୍ରତିରୋଧ, ଯତ୍ନ ଓ ପରିଚାଳନା ଜନିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଶୁକ୍ରବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି । ଏହି ବିଶେଷ କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସରକାରଙ୍କ ପ୍ରଥମ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ ।