ବଲାଙ୍ଗିର କୋଶଳ କଲା ମଣ୍ଡଳ ପଡିଆରେ ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ବଛରିଆ ଭେଟଘାଟ ସମର୍ପଣ–2025 ଉତ୍ସବ ଆୟୋଜିତ ହୋଇ ଥିଲା ଏହି ଅବସରରେ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି, ସ୍ୱେଚ୍ଛାସେବୀମାନଙ୍କ ସମାଜସେବା ଓ ସଚେତନତା ମୂଳକ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ତାଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ମାନ ସମାରୋହରେ ସମ୍ମାନିତ କରାଯାଇଥିଲା। ଅନେକ ସମାଜସେବୀ, ସଂସ୍କୃତିକ କର୍ମୀ ଓ ସାଧାରଣ ନାଗରିକମାନେ ଉପସ୍ଥିତ ହୋଇ, ଏହି ଅବସରକୁ ସଫଳ କରିଥିଲେ।