ଝାରସୁଗୁଡା: ଜିଲ୍ଲାର କିଛି ସ୍ଥାନରେ ପବନ, ବିଜୁଳି ଓ ବଜ୍ରପାତକୁ ନେଇ ୟେଲୋ ଆଲର୍ଟ ଜାରି କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ
ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ବଜ୍ରପାତ ସହିତ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଝାରସୁଗୁଡା ଜିଲ୍ଲାରେ ଗତ କିଛିଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ କାଳବୈଶାଖୀ ପ୍ରଭାବରେ ଏଥିରୁ ମିଳିପାରେ ସାମାନ୍ୟ ଆସ୍ୱସ୍ତି। ତେବେ ଏହାକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୧ ତାରିଖ ବୁଧବାର ସକାଳ ସାଢେ ଆଠଟା ରୁ ୨୨ ତାରିଖ ଗୁରୁବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଆଜି ମଙ୍ଗଳବାର ଦିନ ଗୋଟାଏ ସମୟରେ ୟେଲୋ ୱର୍ନିଙ୍ଗ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ