ବର୍ତ୍ତମାନ ଭୀମଭୋଇ ସାମର୍ଥ୍ୟ ଶିବିର ଜାରି ଥିବାରୁ ଜିଲ୍ଲା ବ୍ୟାପି ଉକ୍ତ କ୍ୟାମ୍ପକୁ ଗତ ଅଗଷ୍ଟ ୧୨ରୁ ସାମୁହିକ ଭାବେ ବନ୍ଦ ରଖାଯାଇଛି। କିନ୍ତୁ ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୋଣସି ସୂଚିତ କରାଯାଇନଥିଲା। ତେଣୁ ସେମାନେ କ୍ୟାମ୍ପ ବନ୍ଦ ବାବଦରେ ନଜାଣି ଶୁକ୍ରବାର ଦିନ ପ୍ରାୟ ୧୨ ଟାରେ କ୍ୟାମ୍ପରେ ଯୋଗ ଦେବାକୁ ରାଇରଙ୍ଗପୁର ସ୍ଥିତ ମହତାବ ଭବନକୁ ଆସିଥିଲେ। କ୍ୟାମ୍ପ ବନ୍ଦ ଥିବାରୁ ହଟହଟା ହୋଇ ଫେରିଛନ୍ତି। ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।