ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଘଟଣା, ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ ବି ୨ୟ ଦିନରେ ଅନଶନ ଜାରି ରହିଛି
ଦେବଗଡ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜଣାଶୁଣା ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ଗତକାଲି ଠାରୁ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ସହିତ ଆଖିଦୃଷ୍ଟିଆ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ସେ ଅନଶନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ଆଜି ଉପଜିଲ୍ଲାପାଳ ପରକ୍ଷୀତ ସାହୁ ଏବଂ ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି ପହଂଚି ବୁଝାସୁଝା କରିବା ସହିତ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି ଆଉ କିଛି ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ।