କୋଟପାଡ: ଗୁପ୍ତେଶ୍ବର ପୀଠରେ ଆଜି ଠାରୁ ଆରମ୍ଭ ହେଲା 4G ନେଟୱର୍କ ସେବା,ଏଥିଲାଗି ପୀଠରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ରୁପୁଭତ୍ରା
Kotpad, Koraput | Sep 27, 2025 ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠରେ ଆଜି ଠାରୁ ଆରମ୍ଭ ହେଲା 4G ନେଟୱର୍କ ସେବା, ଏଥିଲାଗି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପୀଠରୁ ଶନିବାର ଅପରାହ୍ନ ୩ ଟା ସମୟରେ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ପୀଠରେ ଆଉ ରହିବ ନାହିଁ ନେଟୱାର୍କ ସମସ୍ୟା l ନେଟୱର୍କ ସମସ୍ୟା ଯୋଗୁଁ ହନ୍ତସନ୍ତ ହେଉଥିଲେ ପର୍ଯ୍ୟଟକ l ଏନେଇ ବହୁବାର ଦାବୀ କରିଆସୁଥିଲେ ସ୍ଥାନୀୟ ଲୋକେ l ଆଜି ଝାରସୁଗୁଡ଼ାରୁ ବିଏସଏନଏଲର ସ୍ୱଦେଶୀ 4G ନେଟୱର୍କ ଆରମ୍ଭ କରିଛନ୍ନ୍ତି ମୋଦୀ ଏହି ଅବସରରେ ଗୁପ୍ତେଶ୍ୱର ପୀଠରେ 4G ନେଟୱର୍କ ସେବା ଆରମ୍ଭ ହୋଇଛି