ବଲାଙ୍ଗୀର: କଦମପଡାରୁ ଘର ସାମ୍ନାରୁ ବୁଲେଟ ମୋଟରସାଇକଲ ଚୋରି, ଥାନାରେ ଅଭିଯୋଗ
ବଲାଙ୍ଗିର ସହରର କଦମପଡାରୁ ଘର ସାମ୍ନାରୁ ବୁଲେଟ ମୋଟରସାଇକଲ ଚୋରି ହୋଇଥିବା ଘଟଣା ପ୍ରକାଶ ପାଇଛି । ପରିବାର ସଦସ୍ୟମାନେ କହିଛନ୍ତି, ଗତକାଲି ରାତିରେ ସେମାନେ ଗାଡିକୁ ଘର ସାମ୍ନାରେ ରଖିଥିଲେ, କିନ୍ତୁ ସକାଳେ ଉଠିଦେଖିଲେ ବେଳକୁ ଗାଡି ଟି ନଥିଲା । ବହୁଚେଷ୍ଟାରେ ଖୋଜାଖୋଜି କରିବା ସତ୍ୱେ ଗାଡି ମିଳିନଥିବାରୁ, ଶେଷରେ ଆଜି ସକାଳ ୧୦ଟା ପରେ ସେମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।