ବାରିପଦା ମ୍ୟୁନିସିପାଲଟି: ନୂଆ ଦିଲ୍ଲୀ ଠାରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ-ଭାଷା କମିଟି ପ୍ରତିନିଧି; ବିଭିନ୍ନ ଦାବି କଲେ ଉପସ୍ଥାପନ
ଜାତୀୟ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ନୂଆ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ ଆଦିବାସୀ "ହୋ" ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ କମିଟି ପକ୍ଷରୁ ରବିବାର ଦିନ ପ୍ରାୟ ୫ଟାରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।