ଲୋଇସିଂହା: ଲୋଇସିଂହା ଠାରେ ରକ୍ତଦାନ ଶିବିର'ରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରକ୍ତଦାନ କରି ଏହି ବିଶାଳ ଅଭିଯାନରେ ହେଲେ ସାମିଲ
ଆଜି ଅନ୍ତର୍ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରେ ଲୋଇସିଂହା ଠାରେ ଆୟୋଜିତ 'ରକ୍ତଦାନ ଶିବିର'ରେ ନିଜେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଦାନ କରି ଏହି ବିଶାଳ ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଦିନରେ ସମାଜର ହିତ ଏବଂ ଅନ୍ୟର ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଥିବା ସମସ୍ତ ରକ୍ତଦାତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ମାନ୍ୟବର ମନ୍ତ୍ରୀ । ଆଗାମୀ ଦିନରେ ଏହା ଆହୁରି ବିଶାଳ ରୂପ ନେଉ ଏବଂ ଅଧିକରୁ ଅଧିକ ବ୍ୟକ୍ତି ରକ୍ତଦାତା ଭାବେ ଆଗେଇ ଆସନ୍ତୁ ବୋଲି ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ।