ଆନନ୍ଦପୁର: ବୈତରଣୀ ସୁରକ୍ଷା ପାଇଁ କରଗୋଳ ରେ ବୈଠକ, ଯୋଗଦେଲେ ବିଧାୟକ
ବୈତରଣୀ ସୁରକ୍ଷା ପାଇଁ କରଗୋଳ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷକ ନେତା ଗୋପାଳ ସେଠୀଙ୍କ ଅଧ୍ୟକ୍ଷତାରେ ଦିନ ୩ଟାରେ ଆୟୋଜିତ ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେପି ଯୁବନେତା ଯଜ୍ଞ ପ୍ରସାଦ ସାହୁ, ସତ୍ୟବ୍ରତ ଜେନା, ଶଶି ଭୂଷଣ ରାଉତ, ପୂର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ବୈତରଣୀ ନଦୀର ସୁରକ୍ଷା ଦେବା ଅମର ଦାୟିତ୍ୱ ହେବା ଆବଶ୍ୟକ ବୋଲି କହିଥିଲେ।