ଲୋଇସିଂହା: ବଡ଼ ଫଟା ମୁଣ୍ଡା ଗ୍ରାମରେ ସର୍ପଦଂଶନରେ ଜଣେ ଗୁରୁତର ଭୋଇ ମେଡିକାଲରେ ଭର୍ତ୍ତି
ବଡ଼ ଫଟା ମୁଣ୍ଡା ଗ୍ରାମର ଲକ୍ଷ୍ମୀ ପାତ୍ର ସର୍ପଦଂଶନରେ ଗୁରୁତର ହୋଇଛନ୍ତି। ଘଟଣା ଟି ଆଜି ଅପରାହ୍ନ ସମୟରେ ଘଟିଥିବା ବେଳେ, ହଠାତ୍ ସପ କାମୁଡ଼ିବା ପରେ ପରିବାରସଦସ୍ୟମାନେ ତାଙ୍କୁ ତତ୍କ୍ଷଣାତ୍ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସ୍ଥିତି ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ଆଜି ରାତି ୯ଟା ସମୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେଠାରେ ଚିକିତ୍ସାଧୀନ ଅଛନ୍ତି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଚିକିତ୍ସକମାନେ ତାଙ୍କ ସ୍ଥିତିକୁ ନିକଟ ନଜରରେ ରଖିଛନ୍ତି।